ଏ ଅଳ୍ପ ଗଳ୍ପଟିଏ ମୋ ନିଜସ୍ବ ଅନୁଭୂତିରୁ ଆପଣଙ୍କ ପାଇଁ ।
ମନ୍ଦିର ବାହାରେ ଲେଖା ଥୀବା ଏକ ନିରାଟ ସତ୍ୟ । ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥୀବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତା । ତେଣୁ ଉପବାସ ଅନ୍ନର ନୁହଁ ବିଚ୍ଚାରର କର। ମଣିଷ ନିଜେ ପ୍ରଥମେ ଠିକ୍ ହେବା ଦରକାର । ଯେତେବେଳେ ଚଢେଇ ଜୀବିତ ରହିବାକୁ ଚାହେଁ ସେ ପିମ୍ପୁଡିକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ସେଇଥୀପାଇଁ ଏହି କଥାକୁ ଧ୍ୟାନ ରଖୀବା ଦରକାର କି ସମୟ ଓ ପରିସ୍ଥିତି କେଉଁ ସମୟରେ ମଧ୍ୟ ବଦଳିପାରେ । ତେଣୁ କେବେବି କାହାକୁ ଅପମାନ କରିବା ଅନୁଚିତ୍ ।
କେବେବି କାହାକୁ ନିଜଠାରୁ କମ୍ ଗଣନା କରିବା ଅନୁଚିତ୍ । ତୁମେ ଶକ୍ତିଶାଳୀ ହୋଇପାର କିନ୍ତୁ ସମୟ ତୁମଠାରୁ ବଳବାନ । ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମାଚିସ୍ କାଠି ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ । କେହି କେତେ ଭି ନା ଶକ୍ତିଶାଳୀ ହୋଇଯାଉ କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନ ଥାଏ । ବିଧୀର ବିଡମ୍ବନା ଅନୁସାରେ କଣ୍ଠ ଦେଲା କୋଈଲୀକୁ କିନ୍ତୁ ରୂପ ଦେଲା ନାହିଁ । ରୂପ ଦେଲା ମୟୂରକୁ କିନ୍ତୁ ଇଚ୍ଛା ଦେଲା ନାହିଁ । ଇଚ୍ଛା ଦେଲା ମଣିଷକୁ କିନ୍ତୁ ସନ୍ତୋଷ ଦେଲା ନାହିଁ।ଦେଲା ସନ୍ତୋଷ ସନ୍ଥକୁ କିନ୍ତୁ ସଂସାର ଦେଲା ନାହିଁ । ଦେଲା ସଂସାର ଚଲାଇବାକୁ ଦେବା ଦେବୀଙ୍କୁ କିନ୍ତୁ ତାଙ୍କଠାରୁ ମଧ୍ୟ ମୋକ୍ଷ ଚ୍ଛିନ୍ନ କରିଦେଲା । କରିବୁନି କେବେ ମଧ୍ୟ ଗର୍ବ ନିଜ ଉପରେ “ଏ ମଣିଷ” ଭଗବାନ ତୋରି ଆଉ ମୋରି ପରି କତେ ଯେ ମାଟିରେ ଗଢି ମାଟିରେ ମିଶାଇ ଦେଇଚ୍ଛି । ସଂସାରରେ ମଣିଷ 3ଟି ସ୍ବାର୍ଥପାଇଁ ପରିଶ୍ରମ କରିଥାଏ ————–
1:- ମୋ ନାମ ଉଚ୍ଚା ହେଉ
2:- ମୋ ଜୀବନଶୈଳି ଓ ବେଶଭୂଷା ଭଲ ହେଉ
3:- ମୋ ଘରଦ୍ବାର ଭଲ ହେଉ ।
କିନ୍ତୁ ମଣିଷ ମଲାପରେ ସର୍ବପ୍ରଥମେ ଏହି 3ଟି ଜିନିଷର ପରିବର୍ତନ ଦେଖାଦେଇଥାଏ ।
1:- ନାମ (ସ୍ବର୍ଗିୟ)
2:-ଜୀବନଶୈଳୀ ବେଶଭୂଷା(କଫନ୍)
3:- ଘରଦ୍ବାର (ଶ୍ମଶାନ)
ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁନୁ ଗୋଟିଏ ପଥର ଥରେ ମନ୍ଦିରକୁ ଗଲାପରେ ସେ ଭଗବାନ ହୋଇଯାଏ କିନ୍ତୁ ମଣିଷ ପ୍ରତିଦିନ ଯାଏ ତଥାପି ସେ ପଥର ହୋଇରହିଥାଏ । ଗୋଟିଏ ନାରୀ ପୁତ୍ରଟିଏ ଜନ୍ମଦେଲା ପରେ ତାର ଯୌବନ ତ୍ୟାଗ କରିଥାଏ କିନ୍ତୁ ସେହିପୁତ୍ର ସୁନ୍ଦର ପତ୍ନୀପାଇଁ ନିଜ ମାଆକୁ ତ୍ୟାଗ କରିଥାଏ ।
ଜୀବନରେ ସବୁ ସମୟରେ ଆମେ ଜୟ ଚାହିଁଥାଉ କେବଳ ଫୁଲଦୋକାନ ଏକମାତ୍ର ସ୍ଥାନ ଯେଉଁଠି ଆମେ ଯାଇ କହିଥାଉ ହାର୍ ଦରକାର କାରଣ ଆମେ ଭଗବାନକଙ୍କଠାରୁ ଜୟକରି ପାରୁନାହିଁ । ଧୀରେ ପଢନ୍ତୁ ଏହା ବହୁତ ମୂଲ୍ୟବାନ ଅଟେ ।
ସେଇଥୀପାଇଁ କଥାରେ ଅଛି :-
waqt ka pata nehi chalta apno k sath, par apnoka pata chalta hai waqt k sath, waqt nehi badalta apno ke sath, par apne jarur badal jate hain waqt ke sath.
ତେଣୁ ବନ୍ଧୁ ଏ ଜୀବନ ବହୁତ ମୂଲ୍ୟବାନ ଅଟେ କାହିଁକି ନା ଏ ଜୀବନ ଯାହା ହେଉନା କାହିଁକି ଏହାମାତ୍ର ଥରେ ମିଳିଥାଏ l