୩ଟି ଜିନିଷ ସବୁଠାରୁ ଅମୁଲ୍ୟ ହୋଇଥାଏ

୧)-: ୩ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ । ଈଶ୍ବର, ପରିଶ୍ରମ ଓ ବିଦ୍ୟା ।

(୨)-: ୩ଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ । ରୋଗ, ଶତ୍ରୁ ଓ କରଜ ।

(୩)-: ୩ଟି ଜିନିଷ ସବୁବେଳେ ନିଜ ଅଧୀନରେ ରଖ । ମନ, କାମ ଓ ଲୋଭ ।

(୪)-: ୩ଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ । ଧନୁରୁ ବାଣ, ମୁଖରୁ ବାଣୀ ଓ ଶରିରରୁ ପ୍ରାଣ ।

(୫)-: ୩ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ । ଖରାପ ଗୁଣ, ଅହଂକାର ଓ କ୍ରୋଧ ।

(୬)-: ୩ଟି ଜିନିଷ କେହି ଆପଣଙ୍କ ଠାରୁ ଚୋରି କରିପାରିବେ ନାହିଁ । ଜ୍ଞ୍ୟାନ, ଚରିତ୍ର ଓ ଦକ୍ଷତା ।

(୭)-: ୩ ଜଣକୁ ବିପଦ ସମୟରେ ଚିହ୍ନି ହୁଏ । ସ୍ତ୍ରୀ, ଭାଇ ଓ ବନ୍ଧୁ ।

(୮)-: ୩ ଜଣଙ୍କ ଉପରେ ସବୁବେଳ ଦୟାକର । ଶିଶୁ, ପାଗଳ ଓ ଭୋକିଲା ଲୋକ ।

(୯)-: ୩ଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ । ସାହାଯ୍ୟ, ମନ ଓ କର୍ମ ।

(୧୦)-: ୩ଟି ଜିନିଷ ସବୁବେଳେ ମନେ ରଖିବା ଉଚିତ୍ । ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ ।

(୧୧)-: ୩ଟି ଜିନିଷ ଚରିତ୍ରକୁ ଖରାପ କରିଥାଏ । ଚୋରି, ମିଛ ଓ ନିନ୍ଦା ।

(୧୨)-: ୩ଟି ଜିନିଷ ସର୍ବଦା ହୃଦୟରେ ରଖିବା ଉଚିତ୍ । ନମ୍ରତା, ଦୟା ଓ କ୍ଷମା ।

(୧୩)-: ୩ଟି ଜିନିଷକୁ ନିଜ କବଜା୍ ରେ ରଖିବା ଉଚିତ୍ । ବାଣୀ, ଖରାପ ଅଭ୍ୟାସ ଓ କ୍ରୋଧ ।

(୧୪)-: ୩ଟି ଜିନିଷକୁ ନେଇ ଅଭିମାନ କର ନାହିଁ । ଧନ, ଯୌବନ ଓ ସୁନ୍ଦରତା ।

(୧୫)-: ୩ଟି ଜିନିଷ ସବୁଠାରୁ ଅମୁଲ୍ୟ ହୋଇଥାଏ । ପ୍ରେମ, ଅତ୍ମବିଶ୍ବାସ ଓ ପ୍ରକୃତ ବନ୍ଧୁ ।

ଭଲ ଲୋକଙ୍କ ଇଜ୍ଜତ କେବେ କମ୍ ହୁଏ ନାହିଁ । ଯେପରି ସୁନା କୁ ଛୋଟ ଛୋଟ ଖଣ୍ଡ କରିଦେଲେ ମଧ୍ୟ ତାର ମୂଲ୍ୟ ପୂର୍ବ ପରି ସମାନ ଥାଏ ।

Leave a Reply